
ବଲାଙ୍ଗୀର : ନିଆ ରେ ଜୀବନ୍ତ ଜଳିଗଲେ ମହିଳା ସ୍ୱାସ୍ଥ୍ୟ କର୍ମୀ। ଦେଓଗାଁ ରାମଚନ୍ଦ୍ର ପୁର ସ୍ୱାସ୍ଥ୍ୟ ଉପ କେନ୍ଦ୍ର ର ମହିଳା କର୍ମୀ ଜୀବନ୍ତ ଦଗ୍ଧ। ନିଆ ରୁ ବଞ୍ଚି ସାମାନ୍ଯ ଆହତ ହୋଇଛନ୍ତି ତାଙ୍କ ସ୍ବାମି । ଦେଓଗାଁ ଥାନା ରାମଚନ୍ଦ୍ର ପୁର ଗାଁ ର ଘଟଣା ଶୋଇଥିବା ବେଳେ ଘରେ ଲାଗିଲା ନିଆ । ନିଆ ରେ ଜଳି ମହିଳା ସ୍ୱାସ୍ଥ୍ୟ କର୍ମୀ ଜୀବନ୍ତ ଦଗ୍ଧ। ତାଙ୍କ ସ୍ବାମି ହୋଉଛନ୍ତି ଗୁରୁତର। ପୁଲିସ ର ତଦନ୍ତ ଆରମ୍ଭ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ପୁଲିସ ଫାଣ୍ଡି ର ରାମ ଚନ୍ଦ୍ରପୁର ଗାଁ ରେ । ତେବେ ଏହି ଗାଁ ର ସ୍ୱାସ୍ଥ୍ୟ ଉପକେନ୍ଦ୍ର ମହିଳା କର୍ମୀ ଜୟନ୍ତି ବାରିକ ନିଆ ରେ ଜଳି ମୃତ୍ୟ ବରଣ କରିଥିବା ବେଳେ ତାଙ୍କ ସ୍ୱାମୀ ଉପେନ୍ଦ୍ର କାଲସାଏ ସାମାନ୍ଯ ଆହତ ହୋଇଛନ୍ତି। ଆଜି ସକାଳୁ ଏନେଇ ଗାଁ ଲୋକେ ଖବର ପାଇବା ପରେ ଘର ଆଗ ରେ ଭିଡ଼ ଜମାଇ ଦେଓଗାଁ ପୁଲିସ କୁ ସୂଚନା ଦେଇଛନ୍ତି । ତେବେ ଏହି ନିଆ ଲଗା କୁ ନେଇ ଅନେକ କଥା ଚର୍ଚ୍ଚା ହେଉଥିବା ବେଳେ ଏହା ଏକ ଶୁଚିନ୍ତ ହତ୍ୟା କାଣ୍ଡ ବୋଲି ଗାଁ ଲୋକେ ସନ୍ଧେହ କରୁଛନ୍ତି। ଘର ର ଅନ୍ୟ ଆବାସ ପତ୍ର ରେ ନିଆଲାଗି ନଥିବାରୁ ସ୍ବାସ୍ଥ୍ଯ କର୍ମୀ ଖାଲି କିଭଳି ଜଳିଲେ ତାହାକୁ ନେଇ ପ୍ରଶ୍ନ ଛିଡା ହୋଇଛି। ତେବେ ପୁଲିସ ପହଞ୍ଚି ତଦନ୍ତ କରିବା ପରେ ନିଆ ଟି କେଉ କାରଣ ଲାଗିଲା ଓ ମହିଳା ଜଣକ ଙ୍କ ମୃତ ହେଲା ସେନେଇ ସଠିକ ତଥ୍ୟ ଜଣାପଡ଼ିବ ବୋଲି ଗାଁ ରେ ଆଲୋଚନା।


Leave a comment
Your email address will not be published. Required fields are marked *