Koshli Expose – Breaking News, Western Odisha & Regional Updates

Header
collapse
...
Home / Odisha / ସ୍ୱାୟତ୍ତ ଶାସନ ଦିବସ ଅବସରରେ ରଙ୍ଗୋଲି ଓ ପାଣି ପହଁରା ଅନୁଷ୍ଠିତ

ସ୍ୱାୟତ୍ତ ଶାସନ ଦିବସ ଅବସରରେ ରଙ୍ଗୋଲି ଓ ପାଣି ପହଁରା ଅନୁଷ୍ଠିତ

Aug 31, 2026  Arabinda Biswal 54 views
ସ୍ୱାୟତ୍ତ ଶାସନ ଦିବସ ଅବସରରେ ରଙ୍ଗୋଲି ଓ ପାଣି ପହଁରା ଅନୁଷ୍ଠିତ

ରଙ୍ଗୋଲି ଓ ପହଁରା ପ୍ରତିଯୋଗିତା ଅନୁଷ୍ଠିତ

​ତୁଷୁର  : ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ତୁଷୁରା ଏନଏସି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା  ଅନୁଷ୍ଠିତହୋଇଯାଇଛି। ସ୍ଥାନୀୟ ନୂଆଁ ପୋଖରୀରେ ସନ୍ତରଣ ଏବଂ କଲ୍ୟାଣ ମଣ୍ଡପ ପରିସରରେ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।​

ଏଥିରେ ଏନଏସିର ସମସ୍ତ ୧୧ଟି ୱାର୍ଡରୁ ବହୁ ସଂଖ୍ୟାରେ ଯୁବକମାନେ ସନ୍ତରଣ ପ୍ରତିଯୋଗିତାରେ ଏବଂ ଝିଅମାନେ ରଙ୍ଗୋଲି ପ୍ରତିଯୋଗିତାରେ ଭାଗ ନେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। 

ତୁଷୁରା ଏନଏସି ଅଧ୍ୟକ୍ଷ ଅଜୟ ଜୟଶ୍ୱାଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନଏସିର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ ଓ ଗୁଡଭେଲା ଅଗ୍ନିଶମ ବିଭାଗ ସହଯୋଗ କରିଥିଲେ । ସ୍ଥାନୀୟ ଅଞ୍ଚଳରେ ଏହି ଆୟୋଜନକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy