
ନୂଆପଡା/କୋମନା: କୋମନା ବନ ବିଭାଗ ତରଫରୁ କୋମନା ଥାନା ସିଲେଟପାଣି ଗାଁରେ ଚଢାଉକରି ରନ୍ଧା ଓ କଞ୍ଚା ମୋଟ ୨ କେଜି ୨୦୦ ଗ୍ରାମ ବରାହ ମାଂସ ଜବତ କରି ୪ ଜଣ ଅଭିଯୁକ୍ତ କୁ ଗିରଫ କରିଛି l
ମିଳିଥିବା ସୁଚନା ଅନୁସାରେ କୋମନା ଥାନା ସିଲେଟପାଣି ଗାଁରେ ବିଦ୍ୟୁତ କରେଣ୍ଟ ଲଗାଇ ବରାହ ଶିକାରକରୀ ହାଇଥିବା ବିଶେଷ ସୂତ୍ରରୁ କୋମନା ବନବିଭାଗ ଖବରପାଇ ସିଲେଟପାଣି ଗାଁରେ ଚଡାଉ କରି ଖୋଲ ତାଡ଼ କରିଥିଲେ l
ଖୋଲ ତାଡ଼ ବେଳେ ସୋମନାଥ ସାହୁ (୫୧), ମାଧବ ମାଝୀ (୨୬), ଭୁବନ ମାଝୀ (୪୦), ଦିଲୀପ ମାଝୀ ୨୮ ଙ୍କ ଠାରୁ ରନ୍ଧା ଓ କଞ୍ଚା ମାଂସ ମିଶି ୨କେଜି ୨୦୦ ଗ୍ରାମ ବରାହ ମାଂସ ଜବତ କରି ଏହି ୪ ଅଭିଯୁକ୍ତ ଙ୍କ ବିରୋଧରେ ବନ ବିଭାଗ ଆଇନ ଅନୁସାରେ କୋର୍ଟ ଚାଲାଣ କରାଯାଯାଇଛି l
ଏହି ଅଭିଯୁକ୍ତ ମାନେ ଏହା ପୂର୍ବରୁ ମଧ୍ୟ ବନ ବିଭାଗ ତରଫରୁ ଗିରଫ ହଇ କୋର୍ଟ ଚାଲାଣ ହଇଥିଲେ l ଏହି ଚଡାଉ ବେଳେ କୋମନା ରେଞ୍ଜର ଦେବଦତ୍ତ ସୁତାର ଙ୍କ ନିର୍ଦ୍ଧେଶରେ ସ୍ପେସିଆଲ ଟିମ ଫରେଷ୍ଟର ଖଗେଶ୍ୱର ମାଝୀ ଫରେଷ୍ଟର ଧର୍ମେନ୍ଦ୍ର ନାଏକ, ଗୋପାଳ ମହାନନ୍ଦ, ଉତ୍ତମ ମେହେର, ସମେତ ବନ କର୍ମ ଚାରି ସହଯୋଗ କରିଥିଲେ l


Leave a comment
Your email address will not be published. Required fields are marked *