Koshli Expose – Breaking News, Western Odisha & Regional Updates

Header
collapse
...
Home / National / ୨ କୋଟିର ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ

୨ କୋଟିର ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ

Jul 10, 2026  Arabinda Biswal 224 views
୨ କୋଟିର ୧୨ କୁଇଣ୍ଟାଲ ଗଞ୍ଜେଇ ଜବତ

ବଲାଙ୍ଗୀର/ଗୁଡଭେଲା:- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳରୁ ପିକଅପ୍‌ରେ ଗଞ୍ଜେଇ ଚାଲାଣ ହେଉଥିଲା। ତୁଷୁରା-ଡ଼ଙ୍ଗାପଥର ନିକଟରେ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ପିକଅପ୍‌ରୁ ୧୨ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଦିଲ୍ଲୀ ଅଞ୍ଚଳର ୩ ଜଣଙ୍କ ସହ ବାଲିଗୁଡ଼ାର ଗାଡ଼ି ଚାଳକ ଗୋଗୋ ମଲ୍ଲିକଙ୍କୁ ଗିରଫ କରାଯାଇଛି। ଏହି ଗଞ୍ଜେଇ ଚାଲାଣ ପଛର ମାଷ୍ଟର ମାଇଣ୍ଡ କିଏ ବୋଲି ଆଲୋଚନା ଆରମ୍ଭ ହୋଇଛି। ବୁଲା ବେପାରୀ ବେଶରେ ଗଞ୍ଜେଇ ଚାଲାଣ କରି ଧରାପଡ଼ିଥିବା ଅଭିଯୁକ୍ତମାନେ ଏତେ ପରିମାଣର ଗଞ୍ଜେଇ ଚାଲାଣ ପଛରେ ଏମାନେ ମୁଖ୍ୟ ନା ଅନ୍ୟ କେହି ଏହା ନେଇ ଖୋଳତାଡ଼ ଚଳାଇଛି ଅବକାରୀ ବିଭାଗ।

504278-1.jpg

​ତେବେ ଜଣେ ଅଭିଯୁକ୍ତର ସୂଚନା ଅନୁସାରେ କପଡ଼ା ପୁଟୁଳି ଭିତରେ ଗଞ୍ଜେଇ ଭର୍ତ୍ତି କରି ବଲାଙ୍ଗୀରରେ ପହଞ୍ଚାଇ ଦେଇଥିଲେ ସେମାନେ ୨୦ ଲକ୍ଷ ପାଉଥାନ୍ତେ। ସେଇଠୁ ଏକ ବଡ଼ ଗାଡ଼ିରେ ଦିଲ୍ଲୀ ଅଭିମୁଖେ ଗଞ୍ଜେଇ ଯାଇଥାନ୍ତା। ସେମାନେ ଧରାପଡ଼ିବା ପରେ ସବୁ ଗୁମର ଫିଟିଯାଇଛି। ଏତେ ପରିମାଣର ଗଞ୍ଜେଇକୁ ଚାଲାଣ କରୁଥିବା ମାଷ୍ଟର ମାଇଣ୍ଡ କିଏ ? ମାଷ୍ଟର ମାଇଣ୍ଡ ପାଖରେ ଅବକାରୀ ବିଭାଗ ପହଞ୍ଚି ପାରିବ ତ ବୋଲି ପ୍ରଶ୍ନ ହେଉଛି।

​ଧରପଗଡ଼ରେ ସାପ ସିଡ଼ି ଖେଳ :-

କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ପ୍ରଚୁର ପରିମାଣର ଗଞ୍ଜେଇ ଚାଷ ହେଉଛି। ଯାହା ଫଳରେ ବୌଦ୍ଧ ଜିଲ୍ଲାର ସୀମାନ୍ତ ଗାଁ ଦେଇ ବଲାଙ୍ଗୀର ଜିଲ୍ଲାର ତୁଷୁରାକୁ ଗାଡ଼ି ଅନାୟାସରେ ପ୍ରବେଶ କରି ଗଞ୍ଜେଇ ପାରୁଛି। ତାହା ପୁଣି ତୁଷୁରା ଥାନା ସମ୍ମୁଖ ଦେଇ। ତେବେ ଦୁଇଟି ପିକଅପ୍ ଗାଡ଼ିକୁ ଅବକାରୀ ବିଭାଗ ଜାମୁଝରରୁ ପିଛା କରିବା ପରେ ବ୍ଲକର ଶେଷ ମୁଣ୍ଡ ଗାଁରେ ଧରିବାରେ ସଫଳ ହୋଇଛି। ତଥାପି ଗୋଟିଏ ଗାଡ଼ି ଏନ୍‌ଏଚ୍- ୨୬ ଉପରେ ଧରିଥିବାରୁ ଗଞ୍ଜେଇ ମାଫିଆଙ୍କ ସାପ ସିଡ଼ି ଖେଳକୁ ନେଇ ଚର୍ଚ୍ଚା ଜୋର ଧରିଛି।

504279-1.jpg

ଗପ କହୁନି ତ ଅବକାରୀ ବିଭାଗ :-

​ତୁଷୁରା ରାସ୍ତାର ଟଙ୍ଗାପଥର ଛକରେ ଦୁଇଟି ପିକଅପ୍ ଗାଡ଼ିକୁ ଧରିବା ଘଟଣା ଯେତେ ଚର୍ଚ୍ଚାରେ ରହିଛି ତା’ଠୁ ଅଧିକ ଅବକାରୀ ବିଭାଗର ଗଞ୍ଜେଇ ଧରପଗଡ଼କୁ ନେଇ ଆଲୋଚନା। ଗଞ୍ଜେଇ ଭର୍ତ୍ତି ଗାଡ଼ି ଦୁଇଟି ଗୋଟିଏ ସ୍ଥାନରେ ଧରାପଡ଼ିଥିଲେ ବି ତାକୁ ଅନ୍ୟ ଅନ୍ୟ ଜାଗାରେ ଧରା ହେଲା ବୋଲି ୧ କ୍ୱିଣ୍ଟାଲ ୬୦ କେଜିକୁ ଟିଟିଲାଗଡ଼ ଓ ୧୨ କ୍ୱିଣ୍ଟାଲ ଗଞ୍ଜେଇକୁ ତୁଷୁରାରେ ଧରାଯାଇଥିବା ଦର୍ଶାଇ ୨ଟି ପୃଥକ ମାମଲା ରୁଜୁ କରାଯାଇଛି। ତେବେ ଗଞ୍ଜେଇ ଧରପଗଡ଼ ପରେ ଅବକାରୀ ବିଭାଗ ଗପ ପ୍ରସ୍ତୁତ କରି କୋର୍ଟଚାଲାଣ କରିବା ନେଇ ଆଲୋଚନା ଥମୁନି।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy