Koshli Expose – Breaking News, Western Odisha & Regional Updates

Header
collapse
...
Home / Trending / ଗୁଡ଼ଭେଳା ବ୍ଲକରେ ବିଜେପି ଗୋଷ୍ଠୀ ସହ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଗୋଷ୍ଠି ମଧ୍ୟରେ ମାଡ଼ପିଟ

ଗୁଡ଼ଭେଳା ବ୍ଲକରେ ବିଜେପି ଗୋଷ୍ଠୀ ସହ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଗୋଷ୍ଠି ମଧ୍ୟରେ ମାଡ଼ପିଟ

Apr 10, 2026  Arabinda Biswal 455 views
ଗୁଡ଼ଭେଳା ବ୍ଲକରେ ବିଜେପି ଗୋଷ୍ଠୀ ସହ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଗୋଷ୍ଠି ମଧ୍ୟରେ ମାଡ଼ପିଟ
ଗୁଡ଼ଭେଳା ବ୍ଲକରେ ବିଜେପି ଗୋଷ୍ଠୀ ସହ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଗୋଷ୍ଠି ମଧ୍ୟରେ ମାଡ଼ପିଟ
 
ଠିକା କାମ ବଣ୍ଟନ ନେଇ ଗଣ୍ଡଗୋଳ କର୍ମୀମାନେ ଆହତ:
 
ଗୁଡଭେଲା : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗୁଡ଼ଭେଳା ବ୍ଲକ ଅଫିସ ପରିସରରେ ବିଜେପି କର୍ମୀ ଓ ଗୁଡଭେଲା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଗୋଷ୍ଠି ମଧ୍ୟରେ ଠିକା କାମ ବଣ୍ଟନ ନେଇ ମାଡ଼ପିଟ ହୋଇଛି। ଘଟଣାରେ ତିନି ଜଣ ଆହତ ହୋଇ ଗୁଡ଼ଭେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନେଉଥିବା ବେଳେ ତୁଷୁରା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ନିୟନ୍ତ୍ରଣରେ ଆସିଛି।
 
ବିଧାୟକ ଓ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଗୋଷ୍ଠି ମଧ୍ୟରେ ସଂଘର୍ଷ :
 
ସୂଚନା ମୁତାବକ କହୁଛନ୍ତି ଟିଟିଲାଗଡ଼ ବିଧାୟକ ଓ ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଗୋଷ୍ଠି ମଧ୍ୟରେ ବ୍ଲକ ପରିସରରେ ଠିକା କାମର ବଣ୍ଟନ ନେଇ ବିବାଦ ହୋଇଥିଲା। ଏହି ବିବାଦ ଫଳରେ ମାଡ଼ପିଟ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ସ୍ଥାନୀୟ ଗୁଡ଼ଭେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଶାନ୍ତ କରିଛି
 
ପୂର୍ବ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରାଙ୍କ ସହ ତିକ୍ତତାର ଫଳ ଜଣାପଡ଼ିଛି :
 
ଟିଟିଲାଗଡ଼ ବିଧାୟକ ନିଜର ବ୍ଲକ ପ୍ରତିନିଧି ପରିବର୍ତ୍ତନ କରିବା ପରେ ପୂର୍ବ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରାଙ୍କ ସହ ତିକ୍ତତା ବଢ଼ିଥିଲା। ଏହାକୁ ନେଇ ପ୍ରତିଦିନ ବ୍ଲକ ପରିସରରେ ଦୁଇ ଗୋଷ୍ଠି ମୁହାଁ ମୁହିଁ ହେଉଥିବା ଦୃଶ୍ୟ ଦେଖାଯାଉଥିଲା। ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ଖବର ମଧ୍ୟ ପ୍ରକାଶ ପାଇଥିଲା। ଆଜି ଏହି ବିବାଦ ମାଡ଼ପିଟରେ ପରିଣତ ହୋଇଛି।

Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy