Koshli Expose – Breaking News, Western Odisha & Regional Updates

Header
collapse
...
Home / Odisha / ବଲରୋ- କମାଣ୍ଡର ଧକ୍କା ୨ ମୃତ ଅନେକ ଗୁରୁତର

ବଲରୋ- କମାଣ୍ଡର ଧକ୍କା ୨ ମୃତ ଅନେକ ଗୁରୁତର

Jul 07, 2026  Arabinda Biswal 83 views
ବଲରୋ- କମାଣ୍ଡର ଧକ୍କା ୨ ମୃତ ଅନେକ ଗୁରୁତର

ସୁନ୍ଦରଗଡ଼: ଆଜି ଅପରାହ୍ନ ୨ଟାରେ ସଦରଥାନା ପାତକିଯୋର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପରସ୍ପର ବିପରୀତ ଦିଗରେ ଦ୍ରୁତଗତିରେ ଆସୁଥିବା ବେଳେ ବଲେରୋ ଓ ଯାତ୍ରୀବାହୀ କମାଣ୍ଡର ମୁହାଁମୁହିଁ ଧକ୍କା ହୋଇଛି।

497321.jpg

 ଦୁର୍ଘଟଣାରେ କମାଣ୍ଡର ଚଲାଉଥିବା ମାଲିକ ସମେତ ୨ ଜଣଙ୍କ ଘଟଣାସ୍ଥଳରେ ମୃତ୍ଯୁ ହୋଇଥିବାବେଳେ ଏକାଧିକ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ମୃତକ ମାଲିକ ହେଲେ କିଞ୍ଜିରକେଲାର ରୋହିତ ତନ୍ତୀ। ଅନ୍ଯ ମୃତକଙ୍କ ପରିଚୟ ମିଳିନାହିଁ। କମାଣ୍ଡର ଭିତରେ ତାଙ୍କ ମୃତଦେହ ଲାଖି ରହିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। 

497319.jpg

ରୋହିତ ନିୟମିତ ସୁନ୍ଦରଗଡକୁ ନିଜ କମାଣ୍ଡରରେ ଯାତ୍ରୀ ନେବାଆଣିବା କରିଥାନ୍ତି। ସେ ସୁନ୍ଦରଗଡ଼ରୁ ଯାତ୍ରୀ ନେଇ କିଞ୍ଜିରକେଲା ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବଲରୋ ସହ ଧକ୍କା ହୋଇଛି। ଧକ୍କା ଏତେ ଜୋର୍ ଥିଲା ଯେ ଗାଡ଼ିଗୁଡ଼ିକୁ ରାସ୍ତାକଡ଼କୁ ଛିଟକି ପଡ଼ିଛି।

497320.jpg

 ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି। ସଦରଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। କିଞ୍ଜିରକେଲା- ସୁନ୍ଦରଗଡ଼ ରାସ୍ତାରେ ଆଦୌ ଫିଟନେସ୍ ନଥିବା, ଅତି ପୁରୁଣା ଗାଡ଼ିକୁ ଅନଭିଜ୍ଞ ଚାଳକ ଏପରିକି ହେଲପର୍ ଚଲାଇ ଅସୁରକ୍ଷିତ ଭାବେ ଯାତ୍ରୀ ବୋହୁଥିବା ଅଭିଯୋଗ ରହିଛି। ହେଲେ ମୋଟରଯାନ ନିରୀକ୍ଷକଙ୍କ ଯାଞ୍ଚ ହେଉନାହିଁ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy