Koshli Expose – Breaking News, Western Odisha & Regional Updates

Header
collapse
...
Home / National / Gangadhar Jayanti Celebrated in Tusra

Gangadhar Jayanti Celebrated in Tusra

Sep 04, 2026  Arabinda Biswal 136 views
Gangadhar Jayanti Celebrated in Tusra

ତୁଷୁରା: ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ କଲେଜ ପରିସରରେ ମହାସମାରୋହରେ ସାହିତ୍ୟ ଘର ସଭାପତି ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। 

ସଂପାଦକ ଆଶୁକବି ହେମନ୍ତ  ଦାଶ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଜଣେ ବିଶିଷ୍ଟ ସାହିତ୍ୟିକ, ପ୍ରବୀଣ ସ୍ତମ୍ଭକାର ତଥା ଅଦ୍ୱିତୀୟ ବାଗ୍ମୀ ତୁଳସୀ ଜୈନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଙ୍ଗାଧରଙ୍କ କାଳଜୟୀ ସାହିତ୍ୟ ଉପରେ ଆଲୋକପାତ କରିଥିଲେ।

 ସମ୍ମାନିତ ଅତିଥି ଭାବେ  ସାହିତ୍ୟିକ  ସଚ୍ଚିଦାନନ୍ଦ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଗଙ୍ଗାଧରୀୟ ସାହିତ୍ୟର  ପ୍ରମୁଖ ବକ୍ତା ଅଧ୍ୟାପକ  ଲକ୍ଷ୍ମଣ  ମେହେର ଯୋଗ ଦେଇ  ଗଙ୍ଗାଧରଙ୍କ ବ୍ୟକ୍ତିତ୍ଵ ଓ ସାହିତ୍ୟ ଉପରେ ଆଲୋକପାତ କରି ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। 

ସମ୍ମାନିତ ଦେଓଗାଁ ସାହିତ୍ୟ ଘର ସଭପତି ସୁଧାଂଶୁ ଭୂଷଣ ମେହେର ଯୋଗ ଦେଇ ମେହେର , ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ସୁଧାକର ପ୍ରଧାନ , ଅରବିନ୍ଦ ବିଶ୍ଵାଲ ଯୋଗ ଦେଇଥିଲେ।

 ଅଧ୍ଯାପକ ତଥା ଆକାଶବାଣୀ ବଲାଙ୍ଗିରର ଉଦ୍ଘୋଷକ ରବୀନ୍ଦ୍ର ମହାକୁର ସଭା ସଂଯୋଜନା କରିଥିବା ବେଳେ କଲେଜର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ କ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। 

ଏହି ଅବସରରେ କଲେଜ ପରିସରରେ ଅତିଥିଙ୍କ ଦ୍ବାରା ବୃକ୍ଷ ରୋପଣ କରା ଯାଇଥିଲା। ଏଥିରେ ସମ୍ବାଦ ସାହିତ୍ୟ ଘରର ସଦସ୍ୟ ସୁଧାକର ପ୍ରଧାନ(ଖ), ସନ୍ତୋଷ  ବେହେରା, ଦେବାଶିଷ ମହାପାତ୍ର, ଅବନୀ ସାହୁ, ନରସିଂହ ମେହେର, ଯୁଗଳ କିଶୋର ସାହୁ, ସତ୍ୟବାଦୀ ସରାଫ , ହୀରାବତୀ ସାହୁ, କନକଲତା ପଣ୍ଡା, ବବିତା ନାୟକ ଓ ତୃପ୍ତିମୟୀ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy