Koshli Expose – Breaking News, Western Odisha & Regional Updates

Header
collapse
...
Home / National / ୭୫ ନୂଆ ଅମୃତ ଭାରତ ଷ୍ଟେସନର ଶୁଭାରମ୍ଭ

୭୫ ନୂଆ ଅମୃତ ଭାରତ ଷ୍ଟେସନର ଶୁଭାରମ୍ଭ

Jul 18, 2026  Arabinda Biswal 62 views
୭୫ ନୂଆ ଅମୃତ ଭାରତ ଷ୍ଟେସନର ଶୁଭାରମ୍ଭ

​ନୂଆଦିଲ୍ଲୀ:ଭାରତୀୟ ରେଳବାଇ ପାଇଁ ଶୁକ୍ରବାର ଏକ ମହତ୍ତ୍ୱପୂର୍ଣ୍ଣ ଦିନ ଥିଲା। ଭାରତର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ ଚଳାଚଳର ଶୁଭାରମ୍ଭ ହୋଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବିଭିନ୍ନ ରାଜ୍ୟରେ ୭୫ଟି ନବୀକୃତ ଅମୃତ ଭାରତ ଷ୍ଟେସନର ଶୁଭାରମ୍ଭ କରିଛନ୍ତି।

​ଓଡ଼ିଶାର ୭ଟି ଷ୍ଟେସନ ସାମିଲ ଏହା ମଧ୍ୟରେ ଓଡ଼ିଶାର ୭ଟି ଷ୍ଟେସନ ରହିଛି।

528774.png

ସେଗୁଡିକ ହେଲା:

• ​ତାଳଚେର

• ​ବଲାଙ୍ଗୀର

• ​ବରପାଲି

• ​କେସିଙ୍ଗା

• ​ପାରଳାଖେମୁଣ୍ଡି

• ​ବିମଳାଗଡ଼

​• ବାରିପଦା

​ପ୍ରଧାନମନ୍ତ୍ରୀ ମୋଦି ଭର୍ଚୁଆଲ ମୋଡରେ ଏହିସବୁ ନବୀକୃତ ଷ୍ଟେସନର ଉଦଘାଟନ କରିଛନ୍ତି।

528784.jpg

​ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ ଚଳାଚଳ

​ସେହିପରି ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ହରିୟାଣାର ଜିନ୍ଦରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଏହି ଟ୍ରେନଟି ଜିନ୍ଦରୁ ସୋନିପତ ୮୯ କିମି ଦୂରତା ମାତ୍ର ୨ ଘଣ୍ଟାରେ ଅତିକ୍ରମ କରିବ। ମାର୍ଗରେ ୭ଟି ଷ୍ଟେସନରେ ଏହା ଅଟକିବ। ୪୫ ଟଙ୍କାରୁ ୭୫ ଟଙ୍କାର ଟିକେଟରେ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ।

528776.jpg

​ଶୀଘ୍ର ଏହି ଟ୍ରେନ ଜିନ୍ଦରୁ ସୋନିପତ ନିୟମିତ ଚଳାଚଳ କରିବ। ଏଥିଲାଗି ଏକାଧିକବାର ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି।

​ରେଳ ସେବାରେ ନୂଆ ଇତିହାସ

​ଏଥିରେ ହାଇଡ୍ରୋଜେନ ଷ୍ଟୋରେଜ ଏବଂ ରିଫୁଏଲିଂ ସୁବିଧା ମଧ୍ୟ ରହିଛି। ପ୍ରପଲସନ ସିଷ୍ଟମ ମାଧ୍ୟମରେ ୧୨୦୦ କିଲୋୱାଟର ହାଇଡ୍ରୋଜେନ ଏନର୍ଜି ସୃଷ୍ଟି ଲାଗି ଏଥିରେ ବ୍ୟବସ୍ଥା ରହିଛି। ଏହି ପରିବେଶ ଅନୁକୂଳ ଟ୍ରେନ ଚାଲିବା ଦ୍ଵାରା ଭାରତ ଶକ୍ତି ସଂରକ୍ଷଣ ଏବଂ ଗ୍ରୀନ ଏନର୍ଜି ବା ସବୁଜ ଶକ୍ତିର ଉପଯୋଗରେ ଏକ ନୂତନ ଯୁଗରେ ପ୍ରବେଶ କରିଛି।

528768.jpg

​ହରିୟାଣାର ଜିନ୍ଦରୁ ସୋନିପତ ପର୍ଯ୍ୟନ୍ତ ନିୟମିତ ଚଳାଚଳ କରିବାକୁ ଥିବା ଏହି ଟ୍ରେନରେ ୩୦୦ ଯାତ୍ରୀ ଏକସଙ୍ଗେ ଯାତ୍ରା କରିପାରିବେ। ଏହା ସହିତ ଭାରତ ବିଶ୍ୱର ଅଳ୍ପ କିଛି ହାତଗଣତି ଦେଶର ତାଲିକାରେ ସାମିଲ ହୋଇଛି ଯେଉଁଠି ହାଇଡ୍ରୋଜେନ ଚାଳିତ ଟ୍ରେନ ଚାଲୁଛି।

​ଜିନ୍ଦରେ ପ୍ରଧାନମନ୍ତ୍ରୀ ମୋଦି ସବୁଜ ପତାକା ଦେଖାଇ ଦେଶର ପ୍ରଥମ ହାଇଡ୍ରୋଜେନ ଟ୍ରେନ ଚଳାଚଳର ଶୁଭାରମ୍ଭ କରି କହିଥିଲେ ଯେ, ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେଲେ ଭିତ୍ତିଭୂମିର ବିକାଶ ଜରୁରୀ। ଏହାକୁ ସରକାର ପ୍ରାଥମିକତା ଦେଉଛନ୍ତି। ଶକ୍ତି କ୍ଷେତ୍ରରେ ଭାରତକୁ ସଶକ୍ତ ଏବଂ ଆତ୍ମନିର୍ଭରଶୀଳ କରିବା ଲାଗି ସବୁଜ ଇନ୍ଧନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ଉତ୍ପାଦନକୁ ଗୁରୁତ୍ୱ ଦିଆଯାଉଛି। ୨୦୪୭ ସୁଦ୍ଧା ଭାରତ ନିଜ ଆବଶ୍ୟକତାର ୫୦% ସବୁଜ ଶକ୍ତିରୁ ଭରଣା କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ସମାରୋହରେ ସୂଚନା ଏବଂ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy