Koshli Expose – Breaking News, Western Odisha & Regional Updates

Header
collapse
...
Home / Odisha / ତୁଷୁରା କ୍ଲଷ୍ଟର ସ୍ତରୀୟ ଶିଖର କାର୍ଯ୍ୟକ୍ରମ ର ଶୁଭାରମ୍ଭ

ତୁଷୁରା କ୍ଲଷ୍ଟର ସ୍ତରୀୟ ଶିଖର କାର୍ଯ୍ୟକ୍ରମ ର ଶୁଭାରମ୍ଭ

Jun 24, 2026  Arabinda Biswal 16 views

ତୁଷୁରା ୨୪/୦୬ ତୁଷୁରା କ୍ଲଷ୍ଟର ସ୍ତରୀୟ ପ୍ରଧାନ ଶିକ୍ଷକ ବୈଠକ ସ୍ଥାନୀୟ ସରକାରୀ ବାଳିକା ନୋଡାଲ ହାଇସ୍କୁଲ ଠାରେ ସିଆର୍‌ସିସି ଜଗମୋହନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।

462757.jpg

 ଏହି ଅବସରରେ ତୁଷୁରା ବାଳିକା ହାଇସ୍କୁଲର ନବାଗତ ପ୍ରଧାନ ଶିକ୍ଷକ ଡାକ୍ତର ବାଗ ଓ ବାଳକ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଉକ୍ତ ବୈଠକରେ ତୁଷୁରା କ୍ଲଷ୍ଟରର ଶିଶୁଙ୍କ ମଧ୍ୟରେ ପ୍ରତିଯୋଗୀ ମନୋଭାବ ବୃଦ୍ଧି ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ସକାଶେ ଏକ ନୂତନ କାର୍ଯ୍ୟକ୍ରମ “ଶିଖର” କୁ ଶୁଭାରମ୍ଭ କରାଯାଇଥିବା ସିଆର୍‌ସିସି ଶ୍ରୀ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ ଆମ ପ୍ରତିନିଧି ନିକଟରେ ପ୍ରକାଶ କରିଛନ୍ତି। 

ଏଥିରେ ପ୍ରଧାନ ଶିକ୍ଷକ ମୋହନ ଭୋଇ, ପ୍ରମୋଦ କୁମାର ନାଏକ, ମନ୍ମଥ ରାଜହଂସ, ଚନ୍ଦ୍ରଧ୍ବଜ ମେହେର, ସହକାରୀ ଶିକ୍ଷକ ପ୍ରଭାତ କିଶୋର ରାଏ ଓ ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy