Koshli Expose – Breaking News, Western Odisha & Regional Updates

Header
collapse
...
Home / Trending / ପାଖ ମାଡ଼ିଲେନି ଜାତି ଭାଇ ଶବକୁ କାନ୍ଧଦେଲେ ସ୍ୱେଚ୍ଛାସେବୀ

ପାଖ ମାଡ଼ିଲେନି ଜାତି ଭାଇ ଶବକୁ କାନ୍ଧଦେଲେ ସ୍ୱେଚ୍ଛାସେବୀ

Sep 14, 2026  Arabinda Biswal 225 views
ପାଖ ମାଡ଼ିଲେନି ଜାତି ଭାଇ ଶବକୁ କାନ୍ଧଦେଲେ ସ୍ୱେଚ୍ଛାସେବୀ

ପାଖ ମାଡ଼ିଲେନି ଜାତି ଭାଇ ଶବକୁ କାନ୍ଧଦେଲେ ସ୍ୱେଚ୍ଛାସେବୀ

ତୁଷୁରା :ଝିଅକୁ ଅନ୍ୟ ଜାତିରେ ବାହା ଦେଇଥିବାରୁ ପାଖ ମାଡ଼ିଲେନି ପରିବାର ଲୋକ କି ଜାତି ଭାଇ। ଦୀର୍ଘ ସମୟ ଧରି ଶବ ପଡ଼ିରହିବା ପରେ ବଜରଙ୍ଗ ଦଳର ସଦସ୍ୟ ଆଗକୁ ଆସି ଶବକୁ କାନ୍ଧ ଦେଇଥିଲେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁଷୁରା ଏନ୍ଏସି ଅଧୀନ ମହିପୁର ଗାଁରେ।

701943.jpg

ଗାଁର ଶରତ ଧରୁଆ ତାଙ୍କ ଝିଅକୁ ଅନ୍ୟ ଗୋତ୍ରରେ ବାହା ଦେଇଥିବାରୁ ଜାତି ଭାଇ ବାସନ୍ଦ କରିଥିଲେ। ଦୀର୍ଘ ବର୍ଷ ହେଲା ସେ ବାସନ୍ଦ ହୋଇ ଜୀବନ ବିତାଉଥିଲେ। ତେବେ ଆଜି ଶରତଙ୍କ ମୃତ୍ୟୁ ପରେ ମଧ୍ୟ ପାଖପଡୋଶୀ ଜାତିଭାଇ କି ପରିବାର ଲୋକ କେହି ପାଖ ମାଡ଼ି ନଥିଲେ।

701938.jpg

ଦୀର୍ଘ ସମୟ ଧରି ଘରେ ଶବ ପଡ଼ିରହିବା ପରେ ତୁଷୁରା ବଜରଙ୍ଗ ଦଳର ସଞ୍ଜୀବ ବେହେରା, ବିଜୟ ସେଠ, ଦୀପକ ମାଝୀ, ମୁନମୁନ ବାଗ, ଗୋପାଳ ବଗର୍ତ୍ତୀଙ୍କ ସହ ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତା ଆସି ଶବକୁ କାନ୍ଧ ଦେଇଥିଲେ। ଝିପିଝିପି ବର୍ଷାରେ ଶ୍ମଶାନକୁ ନେଇ ଅନ୍ତିମ ସଂସ୍କାର କରିଥିଲେ। ସ୍ୱେଚ୍ଛାସେବୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy