Koshli Expose – Breaking News, Western Odisha & Regional Updates

Header
collapse
...
Home / National / ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ

Jul 07, 2026  Arabinda Biswal 84 views
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ

ବଲାଙ୍ଗୀର/ଗୁଡଭେଲା : 

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅବସରରେ ଜାମୁଟରେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ଅବସରରେ ଗୁଡଭେଲା ବ୍ଲକ ଅନ୍ତର୍ଗତ ଜାମୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚିତ୍ରାଙ୍କନ ଓ କୁଇଜ୍ ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗୁଡଭେଲା ବ୍ଳକର ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।

496072.jpg

କାର୍ଯ୍ୟକ୍ରମରେ ଜାମୁଟ ସରପଞ୍ଚ ଭାବସିଂ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନ ଥିଲା ସମାଜସେବା, ଶିକ୍ଷା ଓ ମାନବତାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ। ତାଙ୍କର ଆଦର୍ଶକୁ ଜୀବନରେ ଆପଣେଇ ଆଜିର ଛାତ୍ରଛାତ୍ରୀମାନେ ଜଣେ ଭଲ ମଣିଷ ଓ ଦେଶର ଯୋଗ୍ୟ ନାଗରିକ ହୋଇପାରିବେ। ପ୍ରତିଯୋଗିତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ବିକଶିତ କରିବାର ଏକ ସୁନ୍ଦର ମାଧ୍ୟମ।

496071.jpg

ମୁଖ୍ୟ ବକ୍ତା ଭାବେ ଜାମୁଟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପେନ୍ଦ୍ର ବେହେରା ଯୋଗଦେଇ କହିଥିଲେ, ଗୋପବନ୍ଧୁ ଦାସ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ ନୁହେଁ, ସେ ଥିଲେ ଶିକ୍ଷାବିତ୍, ସମାଜ ସଂସ୍କାରକ ଓ ମାନବପ୍ରେମୀ। ତାଙ୍କର ଆଦର୍ଶ, ତ୍ୟାଗ ଓ ସେବାଭାବ ଆଜି ମଧ୍ୟ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ପୁସ୍ତକ ଜ୍ଞାନ ସହିତ ନୈତିକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ ହିଁ ଜଣେ ଶିକ୍ଷାର୍ଥୀଙ୍କୁ ପ୍ରକୃତ ମଣିଷରେ ପରିଣତ କରିଥାଏ।

ସମ୍ମାନିତ ଅତିଥି ଭାବେ ସ୍ୱସ୍ତି ବିଦ୍ୟାପୀଠ, ଦେମୁହାଣର ପ୍ରଧାନ ଶିକ୍ଷକ ରୁଦ୍ର ହେର୍ଣ୍ଣା ଏବଂବରିଷ୍ଠ ନାଗରିକ ତଥା ଶିକ୍ଷାପ୍ରେମୀ ଅନିରୁଦ୍ଧ ବେହେରା ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବା ସହ ଉତ୍ସାହିତ କରିଥିଲେ।

ଚିତ୍ରାଙ୍କନ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାମୁଟର ସପ୍ତମ ଶ୍ରେଣୀର ଛାତ୍ର ଗୌରୀଶଙ୍କର ମାଝୀ ପ୍ରଥମ ସ୍ଥାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତେନ୍ତୁଳିଖୁଣ୍ଟିର ସପ୍ତମ ଶ୍ରେଣୀର ଛାତ୍ରୀ ପ୍ରୀତିପ୍ରଭା ପ୍ରଧାନ ଦ୍ୱିତୀୟ ସ୍ଥାନ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାମୁଟର ଷଷ୍ଠ ଶ୍ରେଣୀର ଛାତ୍ରୀ ଅମ୍ରିତା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ।

496070.jpg

ସେହିପରି କୁଇଜ୍ ପ୍ରତିଯୋଗିତାରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜାମୁଟର ଦଶମ ଶ୍ରେଣୀର ଛାତ୍ର ପ୍ରିତମ୍ ମଲ୍ଲିକ ପ୍ରଥମ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଜାମୁଟର ଦଶମ ଶ୍ରେଣୀର ଛାତ୍ର ଫିରୋଜ ହରପାଳ ଦ୍ୱିତୀୟ ଏବଂ ସ୍ୱସ୍ତି ବିଦ୍ୟାପୀଠ, ଦେମୁହାଣର ଦଶମ ଶ୍ରେଣୀର ଛାତ୍ରୀ ଅର୍ଚ୍ଚିତା ସାହୁ ତୃତୀୟ ସ୍ଥାନ ହାସଲ କରିଥିଲେ।

 

ଚିତ୍ରାଙ୍କନ ପ୍ରତିଯୋଗିତାରେ ମୋଟ ୩୬ ଜଣ ଏବଂ କୁଇଜ୍ ପ୍ରତିଯୋଗିତାରେ ମୋଟ ୬୮ ଜଣ ସର୍ବମୋଟ୧୦୪ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ, ଯାହା କାର୍ଯ୍ୟକ୍ରମକୁ ଅଧିକ ସଫଳ ଓ ଆକର୍ଷଣୀୟ କରିଥିଲା।

ଚାଣ୍ଟିପଦର ଭବସାଗର ଏକାଡେମୀର ପ୍ରଧାନ ଶିକ୍ଷକ ଲମ୍ବୋଦର ମନହିରା ସଭା ପରିଚାଳନା ଓ ସଂଯୋଜନା କରିଥିବାବେଳେ ସମାଜ ପ୍ରତିନିଧି ମନୁ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ।

ଚିତ୍ରାଙ୍କନ ପ୍ରତିଯୋଗିତାରେ ଶିକ୍ଷକ ଆଶୁତୋଷ ପ୍ରଧାନ ଓ ଲମ୍ବୋଦର ମନହିରା ବିଚାରକ ଭାବେ ଦାୟିତ୍ୱ ତୁଲାଇଥିବାବେଳେ କୁଇଜ୍ ପ୍ରତିଯୋଗିତାକୁ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ମହାକୁର, ଅଧ୍ୟାପକ ସୁବ୍ରତ ରଣା, ରାଜକିଶୋର ସାହୁ ଓ ଶାରୀରିକ ଶିକ୍ଷୟିତ୍ରୀ ଶ୍ରଦ୍ଧାଞ୍ଜଳି ଜାଳ ସଫଳତାର ସହ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବିତ ଭୋଇ,କୁନା ମାଝୀ ଓ ବିକ୍ରମ ମାଝୀ ସହଯୋଗ କରିଥିଲେ ।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy