
ଗୁଡଭେଲା : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଗୁଡ଼ଭେଳା ବ୍ଲକ ଅଫିସ ପରିସରରେ ଆଜି ରକ୍ତାକ୍ତ ହୋଇଛି।

ରକ୍ତାକ୍ତ ହେଲା ଗୁଡ଼ଭେଳା ବ୍ଲକ ପରିସର ବିଜେପି ଗୋଷ୍ଠୀ ଅଧ୍ୟକ୍ଷ ଗୋଷ୍ଟି ମଧ୍ୟରେ ସଂଘର୍ଷ
ରାଜନୈତିକ ଉଷ୍ମତା ଯୋଗୁଁ ବିଜେପି ଗୋଷ୍ଠୀ ଓ ଗୁଡଭେଲା ବ୍ଲକ ଅଧ୍ୟକ୍ଷାଙ୍କ ସ୍ୱାମୀଙ୍କ ଗୋଷ୍ଠି ମଧ୍ୟରେ ବ୍ଲକ ପରିସର ରେ ହିଁ ସଂଘର୍ଷ ହୋଇଥିଲା। ଯାହା କୁ ନେଇ ବ୍ଲକ ପରିସରରେ ଏବେ ଭୟ ସୃଷ୍ଟି ହୋଇଛି ।

ରକ୍ତାକ୍ ହେଲ ଗୁଡଭେଲା ବ୍ଲକ ଅଫିସ ପରିସର
ସୂଚନା ଅନୁସାରେ ଆଜି ବ୍ଲକ କାର୍ଯ୍ୟାଳୟ କୁ ଟିଟଲାଗଡ ବିଧାୟକ ନବୀନ ଜୈନ ଙ୍କ ଗୁଡଭେଲା ବ୍ଲକ ପ୍ରତିନିଧି ସରତ ଚନ୍ଦ୍ର ସାହୁ ଙ୍କ ସହ କିଛି ଯୁବକ ଏକ ମିନି ଷ୍ଟାଡିୟମ ର ସ୍ଥାନ ପରିବର୍ତ୍ତନ ପାଇଁ ଅଧ୍ୟକ୍ଷ ପାଖକୁ ଭେଟିବା କୁ ଯାଇଥିଲେ । ଏହି ସମୟରେ ବ୍ଲକ ଅଧ୍ୟକ୍ଷା ସମିତି ମିଟିଂ ରେ ଏହା କୁ ରିଜୁଲେସନ ପରେ କରାଯିବା ବୋଲି କହିଥିଲେ।ପରେ କୈାଣସି କରାଣ କୁ ନେଇ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା।
ମିନି ଷ୍ଟାଡିୟମ ସ୍ଥାନ ନିରୂପଣ କୁ ନେଇ କେଁ
ଥାନା ରେ ମାମଲା ଦେଲେ ବିଧାୟକ ଙ୍କ ପ୍ରତିନିଧି
ଯାହା ଉଗ୍ର ରୂପ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଉଭୟ ଙ୍କ ସମର୍ଥକ ମଧ୍ୟ ମାଡପିଟ ଆରମ୍ଭ ହୋଇଥିଲା। ମାଡପିଟ ରେ ଉଭୟ ପକ୍ଷ ରୁ ୩ ଜଣ ଙ୍କ ମୁଣ୍ଡ ଫାଟିବା ସହ ରକ୍ତାକ୍ତ ହୋଇଥିଲେ। ଖବର ପାଇଁ ତୁଷୁରା ପୁଲିସ ଘଟଣା ସ୍ଥଲ ରେ ପହଂଚି ଉଭୟଙ୍କୁ ବୂଝା ସୁଝା କରି ଘଟଣା ଶାନ୍ତ ପଡିଥିଲା।
ଏନେଇ ବିଧାୟକ ଙ୍କ ପ୍ରତିନିଧି ସରତ ସାହୁ ସହ ଆଘାତ ହୋଇଥିବା ବ୍ୟକ୍ତି ତୁଷୁରା ଥାନା ରେ ବ୍ଲକ ଅଧ୍ୟକ୍ଷା ଙ୍କ ସ୍ବାମୀ ଅଶୋକ ଦୋରା ଉପାଧ୍ୟକ୍ଷ ଟୁକୁରାମ ପାଣିଗ୍ରାହୀ ଙ୍କ ସହ କିଛି ସମର୍ଥକ ହତ୍ୟା ଧମକ ଦେବା ସହ ବ୍ଲକ ପରିସରରେ ଗୁଣ୍ଡାଗର୍ଦି କରିଥିବା ତୁଷୁରା ଥାନା ଲିଖିତ ଅଭିଯୋଗ କରିଛନ୍ତି। ଏହା ବାଦ ଜାତିଆଣ ଆକ୍ଷେପ କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଏପଟେ ଖବର ଲେଖା ପଯ୍ୟନ୍ତ ଅଶୋକ ଙ୍କ ପକ୍ଷରୁ କୈାଣସି ଅଭିଯୋଗ କରାଯାଇ ନାହିଁ। ତେବେ ସୂଚନା ଯେ ପୂର୍ବ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରାଙ୍କ ସହ ତିକ୍ତତାର ଫଳ ଜଣାପଡ଼ିଛି l

୩ ଆହତ ବାଜିଛି ମୁଣ୍ଡରେ ପାହାର
ଟିଟିଲାଗଡ଼ ବିଧାୟକ ନିଜର ବ୍ଲକ ପ୍ରତିନିଧି ନିଯୁକ୍ତି ପରେ ପୂର୍ବ ବ୍ଲକ ଅଧ୍ୟକ୍ଷ ଅଶୋକ ଦୋରାଙ୍କ ସହ ତିକ୍ତତା ବଢ଼ିଥିଲା। ଏହାକୁ ନେଇ ପ୍ରତିଦିନ ବ୍ଲକ ପରିସରରେ ଦୁଇ ଗୋଷ୍ଠି ମୁହାଁ ମୁହିଁ ହେଉଥିବା ଦୃଶ୍ୟ ଦେଖାଯାଉଥିଲା। । ଆଜି ଏହି ବିବାଦ ମାଡ଼ପିଟରେ ପରିଣତ ହୋଇଛି। ତେବେ ଗୁଡଭେଲା ବ୍ଲକ ରାଜନିତି ସରଗରମ ହୋଇପଡିଛି।


Leave a comment
Your email address will not be published. Required fields are marked *