
ସୁବର୍ଣ୍ଣପୁର ୨୫/୦୬ ସୁବର୍ଣ୍ଣପୁର ଜିଲ୍ଲାରେ କଡାକଡି ଯାଞ୍ଚ ଓ ଧରପଗଡ଼ ସତ୍ତ୍ୱେ ଚୋରା ଗଞ୍ଜେଇ କାରବାର ବନ୍ଦ ହେଉ ନାହିଁ l କୌଣସି ନା କୌଣସି ବାଟ ଦେଇ ଗଞ୍ଜେଇ ବେପାରୀ ଖସି ଯାଉଥିବା ଜଣାପଡୁଛି l ଗଞ୍ଜେଇ ଓ ଗାଡି ଜବତ ହେଉଥିବା ବେଳେ ମାଫିଆ ଧରା ପଡିପାରୁନାହିଁ l ପୋଲିସ ଓ ଅବକାରୀ ବିଭାଗ ର ଅଧିକାରୀ ଓ କର୍ମଚାରୀ ଙ୍କ ସହିତ ଚୋରା ଗଞ୍ଜେଇ ମାଫିଆ ଙ୍କ ମଧ୍ୟରେ ସୁ ସମ୍ପର୍କ ରହୁଥିବାରୁ ସହଜ ରେ ମାଫିଆ ଧାରପଡୁନାହାନ୍ତି l
ଚଢ଼ାଉ ପୂର୍ବରୁ ଗଞ୍ଜେଇ ମାଫିଆ ସୂଚନା ପାଇ ସତର୍କ ହୋଇଯାଉଥିବା ଜଣାପଡୁଛି l ବୌଦ୍ଧ ଜିଲ୍ଲା ରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ବିଭିନ୍ନ ଉପାୟ ରେ ଗଞ୍ଜେଇ ଚୋରା ଚାଲାଣ କରାଯାଉଛି l କେତେକ ଘଟଣା ରେ ଗଞ୍ଜେଇ ଧାରପଡୁଛି ତ କେତେକ ଘଟଣା ଧାରପଡ଼ୁ ନାହିଁ l ଅଧିକାଂଶ ଘଟଣା ରେ ଗଞ୍ଜେଇ ମାଫିଆ ଫେରାର ହେଉଥିବା ଜଣାଯାଏ l ଏପରି ଏକ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ରେ ନିତିଦିନିଆ ହୋଇଗଲାଣି l ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଗଞ୍ଜେଇ ଗାଡିକୁ ଗୋଡ଼ାଇ ଗୋଡ଼ାଇ ଧରିଲା ସୋନପୁର ପୋଲିସ l
ବୌଦ୍ଧ ଜିଲ୍ଳା ରୁ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଅନ୍ୟ ରାଜ୍ୟ କୁ ଗଞ୍ଜେଇ ଯାଉଥିବା ବେଲେ ସୋନପୁର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ଗାଡିକୁ ଅଟକ ରଖିଛି l ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ବିନିକା ରାସ୍ତା ଦେଇ ଯାଉଥିବା ଗାଡିକୁ ଗୋଡ଼ାଇବାରୁ ବିନିକା ଥାନା ପୂଜାହାରୀ ସାହାଜବାହାଲ ଗ୍ରାମ ଭିତରକୁ ଯାଇ ଗାଡି ଛାଡି ଡ୍ରାଇଭର ଫେରାର ହୋଇଥିବା ବେଳେ ଆଉ ଅନ୍ୟ ଏକ କାର ଉଲୁଣ୍ଡା ରାସ୍ତା ଦେଇ ଯାଉଥିବା ବେଳେ ପୋଲିସ ଗୋଡ଼ାଇବାରୁ ଝାରବାହାଲି ଛକ ନିକଟରେ ଗଞ୍ଜେଇ ଭର୍ତ୍ତି କାରକୁ ଛାଡି ଫେରାର ମାରିଛି ମାଫିଆ ।


Leave a comment
Your email address will not be published. Required fields are marked *