Koshli Expose – Breaking News, Western Odisha & Regional Updates

Header
collapse
...
Home / Odisha / The number of deaths in the Tamil Nadu gas leak accident has increased to 9

The number of deaths in the Tamil Nadu gas leak accident has increased to 9

Jun 25, 2026  Arabinda Biswal 55 views
The number of deaths in the Tamil Nadu gas leak accident has increased to 9

କେନ୍ଦୁଝର : ତାମିଲନାଡୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଜି ଆଉ ଜଣେ ଓଡ଼ିଆ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।ମୃତକ ଜଣକ ହେଲେ କେନ୍ଦୁଝର ତେଲକୋଇ ଥାନା ବିମଳା ପଞ୍ଚାୟତ ଟାଙ୍ଗିରୀ ଦୁବନାଳୀ ସାହିର ପିତାମ୍ବର ଜୁଆଙ୍ଗଙ୍କ ଝିଅ ରୀତା ଜୁଆଙ୍ଗ(୧୬) ବର୍ଷ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।ରୀତାଙ୍କୁ ମିଶାଇ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି।ପୂର୍ବରୁ ଏହି ଦୁର୍ଘଟଣାରେ ୮ ଜଣକ ମୃତ୍ୟୁ ଘଟିଛି।ସେମାନେ ହେଲେ ତେଲକୋଇ ଥାନା ଟାଙ୍ଗିରୀ ଗାଁର ଶିବାନୀ, ଗୀତା, ରଙ୍ଗମାଟିଆର ଗୁମଣୀ, ଜମୀନୀ, ବାଂଶପାଳ କୋଡିପଶାର ଫୁଲମଣି,ସଜନୀ,ତଳଚମ୍ପେଇର ଚମ୍ପାବତୀ ଓ ହରିଚନ୍ଦନପୁର କନ୍ତଳାର ସୁବାସୀ ଜୁଆଙ୍ଗ।

ଗତକାଲି ପ୍ରଶାସନ ପକ୍ଷରୁ ୫ ଜଣଙ୍କ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବା ପରେ ଶବ ସତ୍କାର କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ରଙ୍ଗମାଟିଆର ଜମୀନୀ ଓ କୋଡିପଶାର ସଜନୀଙ୍କ ମୃତ୍ୟୁ ଦେହ ତାଙ୍କ ଗାଁରେ ପହଞ୍ଚି ଆଜି ସକାଳେ ଶବ ସତ୍କାର କରାଯାଇଛି।ଏହି ଘଟଣାରେ ଆହୁରି ଅନେକ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।ତେବେ ସମସ୍ତ ମୃତକ ଆଦିମ ଜୁଆଙ୍ଗ ଜନଜାତିର ହୋଇଥିବାରୁ ଜୁଆଙ୍ଗ ଗାଁ ଗୁଡ଼ିକରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy