Koshli Expose – Breaking News, Western Odisha & Regional Updates

Header
collapse
...
Home / Trending / Teacher shortage at Kansil School: 8 classes are being taught in 2 rooms

Teacher shortage at Kansil School: 8 classes are being taught in 2 rooms

Jul 03, 2026  Arabinda Biswal 26 views
Teacher shortage at Kansil School: 8 classes are being taught in 2 rooms

କଳାହାଣ୍ଡି/କର୍ଲାମୁଣ୍ଡା : ଶିକ୍ଷା ନୀତିରେ ଫେଲ ମାରିଛି ଡବଲଇଞ୍ଜିନ ସରକାର । ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାରରେ । ଏହିଭଳି ପରିସ୍ଥିତି କର୍ଲାମୁଣ୍ଡା ବ୍ଲକରେ ଦେଖିବାକୁ ମିଳିଛି । କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅଧିନସ୍ଥ କଅଁସିଲ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଏକ ବର୍ଷ ହେଲା ପ୍ରଧାନ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଗତ ଦୁଇ ମାସ ତଳେ ଜଣେ ଶିକ୍ଷକ ଅବସରଗ୍ରହଣ କରିଛନ୍ତି |

486362.jpg

ସ୍କୁଲରେ ମୋଟ ୭୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶିଶୁ ବାଟିକାରେ ଜଣେ ଶିକ୍ଷକ ନିୟୋଜିତ ଅଛନ୍ତି । ପ୍ରଥମ ରୁ ଅଷ୍ଟମ ଯାଏ ଆଠଟି ଶ୍ରେଣୀ କୁ ୩ଜଣ ଶିକ୍ଷକ ଥିବାବେଳେ ଜଣେ ଶିକ୍ଷୟତ୍ରୀ ଇ.ଏଲ ରେ ଅଛନ୍ତି । ଶିଶୁ ବାଟିକା କୁ ବାଦ ଦେଲେ ଶିକ୍ଷକ ଅଭାବରୁ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ର ଶିକ୍ଷାଦାନ ହେଉଛି । ଶିକ୍ଷକ ଅଭାବରୁ ଶିକ୍ଷାଦାନ ଅବହେଳା ହେଉଥିବା ଅଭିଯୋଗରେ ବିଇଓ ଙ୍କ ଅନୁପସ୍ଥିତିରେ ଏବିଇଓ ଗୋପମଣି ସାହୁ ଙ୍କୁ ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ । ବ୍ଲକରେ ଶିକ୍ଷକ ଅଭାରୁ ପୂରଣ ପାଇଁ ଦୁଇମାସ ସମୟ ଲାଗିପାରେ ବୋଲି ଶ୍ରୀ ସାହୁ ଅଭିଯୋଗ କାରୀଙ୍କୁ ବୁଝାଇ ଥିଲେ । କିନ୍ତୁ ଗ୍ରାମବାସୀ କହିଛନ୍ତି ଯଦି ଏହାର ତୁରନ୍ତ ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଛାତ୍ରଛାତ୍ରୀ ଙ୍କୁ ସ୍କୁଲ କୁ ଛାଡିବୁନାହିଁ କି ତାଙ୍କର ଭବିଷ୍ୟତ କୁ ଆମେ ଅନ୍ଧାର କୁ ଠେଲି ଦେଇପାରିବୁ ନାହିଁ । ସ୍କୁଲ ପରିଚାଳନା କମିଟି ସଭାପତି ଅଶୋକ କୁମାର ପୁଟେଲ ଓ ଗ୍ରାମ ଯୁବକ ସଂଘ ସଭାପତି ରୁପେନ୍ଦ୍ର ଭୋଇ କହିଛନ୍ତି ଯେ ଆଗାମୀ ଦିନରେ ଯଦି ଶିକ୍ଷକ ନିଯୁକ୍ତି ଦିଆନଯାଏ ତାହେଲେ ଗ୍ରାମବାସୀ ଆନ୍ଦୋଳନ କୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ।

486364.jpg

Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy