Koshli Expose – Breaking News, Western Odisha & Regional Updates

Header
collapse
...
Home / Crime / ଭଦ୍ରକରେ ଗୋ ମାଫିଆ ଘରେ ଚଢ଼ାଉ ବିପୁଳ ପରିମାଣରେ ଅସ୍ତ୍ର ଶସ୍ତ୍ର ଜବତ

ଭଦ୍ରକରେ ଗୋ ମାଫିଆ ଘରେ ଚଢ଼ାଉ ବିପୁଳ ପରିମାଣରେ ଅସ୍ତ୍ର ଶସ୍ତ୍ର ଜବତ

Apr 07, 2026  Arabinda Biswal 27 views
ଭଦ୍ରକରେ ଗୋ ମାଫିଆ ଘରେ ଚଢ଼ାଉ ବିପୁଳ ପରିମାଣରେ ଅସ୍ତ୍ର ଶସ୍ତ୍ର ଜବତ
ଭଦ୍ରକ: ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ଼ ୩ ଟାରୁ ଭଦ୍ରକର ର ଗୋ ମାଫିଆଙ୍କ ଘରେ ଚଢ଼ାଉ ଚାଲିଛି। ଏକ ବଡ଼ ଧରଣର ଚଢାଉ ଚାଲିଥିବା ବେକେ ଏହି ମାଫିଆଙ୍କ ଘରୁ ବହୁ ମାରଣାସ୍ତ୍ର ଜବତ ହୋଉଛି। 
 
ସୂଚନା ଅନୁସାରେ ଭଦ୍ରକର ୮ ଗୋ ମାଫିଆଙ୍କ ଘରେ ଚାଲିଛି ଚଢାଉ ସହରର ସନ୍ଥିଆ ଗ୍ରାମ, ପୁରୁଣା ବଜାରର ନଙ୍ଘା ମହଲା, ଅଲାଲ ପୁର, ଗୁଜିଦରଦା ଭଳି ୪ ଟି ସ୍ଥାନରେ ଚଢାଉ ଚାଲିଛି। 
 
ଏହି ଚଢାଉ ରେ ୩ ଜଣ  ଡି.ଏସ.ପି ଓ  ୧୦ ଜଣ ଥାନା ଅଧିକାରୀ ଓ ଅନେକ ପୋଲିସ କର୍ମଚାରୀ ମୁତୟନ ହୋଇଛନ୍ତି। ଭଦ୍ରକ ଏସପି ମନୋଜ ରାଉତ ଙ୍କ ନେତୃତ୍ବରେ ଚାଲିଛି ଚଢାଉ। ଭଦ୍ରକ ଜିଲ୍ଲାରେ ଗୋ ମାଫିଆଙ୍କ ଦୌରାତ୍ମୟ ଚାଲିଥିଲା। 
 
ଏବେ ସେମାନଙ୍କ ଆଡ୍ଡା ଉପରେ ଚଢାଉ ଚାଲିଛି। ଗୋ ତସ୍କର ଙ୍କ ଘରେ ଚଢ଼ାଉ ଚଢ଼ାଉ କରୁଛି ଭଦ୍ରକ ପୋଲିସ । 8 ଟି ସ୍ଥାନ ରେ ଚାଲିଛି ଚଢ଼ାଉ ପୁରୁଣା ବଜାର ଓ ଗୁଜି ଦରଡା ଅଞ୍ଚଳ ରେ ଚଢାଉ ଜାରି । ବେଆଇନ ଗୋ ଚାଲାଣ ନେଇ ଚଢ଼ାଉ ସୂଚନା l ନଗଦ ଟଙ୍କା, ଗହଣା ସହ ସମ୍ପତ୍ତି ଯାଞ୍ଚ ଚାଲିଛି । ବିପୁଳ ଟଙ୍କା ଓ ସୁନା ଗହଣା ଠାବ କରିଛି ଭଦ୍ରକ ପୋଲିସ ।

Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy