
କଣ୍ଟାମାଳ :- ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସଗଡା ଝାଙ୍କରପଡା ରେ ଘଟିଛି ଏହି ଅଘଟଣ l ମୃତ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଝାଙ୍କରପଦା ଗାଁର ବିଶ୍ୱଜିତ ମିର୍ଦ୍ଧା ଏବଂ ଅନ୍ୟ ଜଣେ ଯୁବକ ଚଉଁରିଆପଦର ଗାଁର ଚରନ କୁମ୍ଭାର ବୋଲି ଜଣାପଡିଛି l
କ୍ରିକେଟ ଖେଳି ଯାଇଥିବା ବେଳେ ବର୍ଷା ହେବାରୁ ଏକ ତେନ୍ତୁଳି ଗଛ ତଳେ ଆଶ୍ରୟ ନେଇଥିଲେ। ଉଭୟେ ଗାଁର ଏକ ତେନ୍ତୁଳି ଗଛତଳେ ବସିଥିବାବେଳେ ଵଜ୍ରାଘାତରେ ଉଭୟେ ଟଳି ପଡ଼ିଥିଲେ l
ତୁରନ୍ତ ଉଭୟଙ୍କୁ ମନମୁଣ୍ଡା ମେଡିକାଲ ଓ ପରେ ସୋନପୁର ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ଏଭଳି ଏକ ଅଘଟଣ ପରେ ପୁରା ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି l ଚରନ ନିଜ ମାମୁଁ ଘର ଗାଁ ଝାଙ୍କରପଦାକୁ ଆସିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପରିଛି l


Leave a comment
Your email address will not be published. Required fields are marked *