Koshli Expose – Breaking News, Western Odisha & Regional Updates

Header
collapse
...
Home / National / ନଈ ଭିତରୁ ଉଦ୍ଧାର ହେଲେ ୮ ଜଣ ଲୋକଙ୍କ ସହ ଛେଳି ମେଣ୍ଡ ଗାଈ

ନଈ ଭିତରୁ ଉଦ୍ଧାର ହେଲେ ୮ ଜଣ ଲୋକଙ୍କ ସହ ଛେଳି ମେଣ୍ଡ ଗାଈ

Jul 06, 2026  Arabinda Biswal 79 views
ନଈ ଭିତରୁ ଉଦ୍ଧାର ହେଲେ ୮ ଜଣ ଲୋକଙ୍କ ସହ ଛେଳି ମେଣ୍ଡ ଗାଈ

ସଇଁତଳା: ବଲାଙ୍ଗିର ଜିଲ୍ଲା ର ସଇଁତଳା ଲାନ୍ଥ ନଦୀ ବନ୍ୟା ଜଳ ରେ ଫସି ରହିଥିବା ଗାଈ ମେଣ୍ଢା ଛେଳି ସହ ଚରାଲି ଙ୍କୁ ୮ ଘଣ୍ଟା ପରେ ଉଦ୍ଧାର କରିଛି ସଇଁତଳା ଅଗ୍ନି ସମ ବାହିନୀ। ଲାନ୍ଥ ନଦୀ ରେ ନଇ ବଢି ଆସିବାରୁ ଉଦ୍ଧାର ହୋଇଥିବା ଲୋକେ ମାନେ ଭୋକିଲା ରହି ଜଳ ବନ୍ଧି ହୋଇ ରହିଥିଲେ ଆଜି ସକାଳୁ ଝିପି ଝିପି ବର୍ଷା ରେ ଘରୁ ବାହାରି  ସକାଳ ୮ ଟା ରୁ ସଇଁତଳା ତହସିଲ ର ତୁର୍ଚା ଗାଁ ର ୮ ଜଣ ବ୍ୟକ୍ତି ସାତ ଉପେର ଗାଁ ପାଖରେ ଥିବା ଲାନ୍ଥ ନଦୀ କୁ ଗାଈ ଚରାଇବା ପାଇଁ ଯାଇଥିଲେ।

493448.jpg

କିନ୍ତୁ ନଇ ରେ ଦିନ ୧ ଟା ରେ ହଟାଠ ପାଣି ବଢ଼ି ଆସିବାରୁ ନଦୀ ଭିତରେ ଥିବା ଢିପ ରେ ଗାଈ ମେଣ୍ଢା ଛେଳି ସହ ରହିଯାଇଥିଲେ। ତେବେ ଭୋକ ଉପାସ ରେ ପାଣି ଘେରା ଭିତରେ ୮ ଘଣ୍ଟା ରହିବା ପରେ ସଇଁତଳା ଅଗ୍ନିଶମ ବାହିନୀ ରାତି ୭ ଟା ରେ ବୋଟ ଜରିଆ ରେ ୯୦ ଟି ଛେଳି ମେଣ୍ଡାଟ ସହ  ୪୦ ଟି ଗାଈ ଓ ୮ ଜଣ ଗାଈ ଚରାଳି ଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।

493447.jpg

ତେବେ ପାଣି ଘେରା ଭିତରୁ ଅକ୍ଷତ ଜୀବନ୍ତ ଅବସ୍ଥା ରେ ପଶୁ ମଣିଷ ଉଦ୍ଧାର ହୋଇଛନ୍ତି। ଏହି ଗାଈ ଚରାଳି ଓ ଗାଈ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ସଇଁତଳା, ଦେଓଗାଁ ର ଅଗ୍ନି ସମ ବାହିନୀ। ତେବେ କାନ୍ଥ ନଦୀର ଏହି ବନ୍ୟା ସ୍ରୋତ ରେ ବାଲି ଚୋରୀ କରୁଥିବା ଏକ ଜେସିବି ଗାଡ଼ି ମଧ୍ୟ କାନ୍ଦୁଲ ସର ଗାଁ ନିକଟରେ ଭାଷୀ ଯାଇଥିବା ର ସୂଚନା ହସ୍ତଗତ ହୋଇଛି।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy