Koshli Expose – Breaking News, Western Odisha & Regional Updates

Header
collapse
...
Home / Crime / ମାଁ କୁ ବିଷ ଦେଇ ହତ୍ୟା କଲା ଜନ୍ମ କଲା ପୁଅ

ମାଁ କୁ ବିଷ ଦେଇ ହତ୍ୟା କଲା ଜନ୍ମ କଲା ପୁଅ

Apr 04, 2026  Arabinda Biswal 112 views
ମାଁ କୁ ବିଷ ଦେଇ ହତ୍ୟା କଲା ଜନ୍ମ କଲା ପୁଅ
ବାଲେଶ୍ୱର : ମା କୁ ବିଷ ଖୁଆଇ ହତ୍ୟା କଲା ନିଜ ଜନ୍ମ କଲା ପୁଅ। ଏମିତି ଦୁଖଦଃ ଘଟଣା ଦେଖିବାକୁ ମିଳିଛି ଭୋଗରାଇ ବ୍ଲକ ପାରୁଳିଆ ଗାଁରେ। ଘଟଣା ଜାଣିବା ପରେ ଉତ୍ତେଜିତ ହୋଇ ଗାଁ ଲୋକେ ଯୁବକ ଜଣକୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଖବର ପାଇ ଘଟଣା ସ୍ଥଳରେ କମର୍ଦ୍ଦା ପୋଲିସ ପହଞ୍ଚି ଯୁବକ କୁ ଉଦ୍ଧାର କରି ଥାନାକୁ ଆଣି ତଦନ୍ତ ଜାରି ରହିଛି।
 
ସୂଚନା ଅନୁସାରେ ପାରୁଳିଆ ଗ୍ରାମର ପଦ୍ମାବତୀ ଦଳାଇ (୭୬) ଓ ତାଙ୍କ ପୁଅ ଲଷ୍ମୀକାନ୍ତ ଦଳାଇ (୩୫) ଙ୍କ ମଧ୍ୟ୍ୟରେ ପାରିବାରିକ ଗଣ୍ଡଗୋଳ ଲାଗି ରହୁଥିଲା। ଗତକାଲି ରାତିରେ ପୁଅ ଲକ୍ଷ୍ମୀକାନ୍ତ ମା କୁ ମାଡ଼ ମାରି ଘର ବାହାରକୁ ବାହାର କରି ଦେଇଥିଲା। ସକାଳେ ପଦ୍ମାବତୀ ଘରକୁ ଫେରିଥିଲେ। ତାପରେ ଲକ୍ଷ୍ମୀକାନ୍ତ ନିଜ ସ୍ତ୍ରୀକୁ ତାଙ୍କ ବାପ ଘରେ ଛାଡ଼ି ଦେଇ ଘରକୁ ଫେରିଥିଲେ। 
 
ଏହା ପରେ ପୁଅ ଲକ୍ଷ୍ମୀକାନ୍ତ ଘରକୁ ଆସି ନିଜ ମାକୁ ଜବରଦସ୍ତ ମୁହଁରେ ବିଷ ଖୁଆଇ ଦେଇଥିଲେ। ବିଷ ଖୁଆଇବାର କିଛି ସମୟ ପରେ ମାର ମୃତ୍ୟୁ ହୋଇଯାଇଥିଲା। ତାପରେ ପାଖ ପଡ଼ୋଶୀ ଗାଁ ଲୋକେ ଜାଣିବା ପରେ ପଦ୍ମାବତୀକୁ ଉଦ୍ଧାର କରିବା ସମୟରେ ଲକ୍ଷ୍ମୀକାନ୍ତ ଅଶାଳୀନ ମନ୍ତବ୍ୟ କହିବା ପରେ ସେମାନେ ଉତକ୍ଷିପ୍ତ ହୋଇ ଲକ୍ଷ୍ମୀକାନ୍ତକୁ ଗଛରେ ବାନ୍ଧି ନିସ୍ତୁକ ପିଟି ପୋଲିସକୁ ଖବର ଦେଇଥିଲେ।
 
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଏନେଇ ପଦ୍ମାବତୀ ନଣନ୍ଦ ତପୁ ରଣା କମର୍ଦ୍ଦା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଥାନାରେ ୭୯/୨୬ ରେ ମାମଲା ରୁଜୁ କରିବା ସହିତ ଲକ୍ଷ୍ମୀକାନ୍ତକୁ ଅଟକ କରି ତଦନ୍ତ ଚାଲିଛି ବୋଲି ଆଇଆଇସି ଅର୍ପିତା ପ୍ରିୟଦର୍ଶିନୀ ଦାସ ସୂଚନା ଦେଇଛନ୍ତି।

Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy