Koshli Expose – Breaking News, Western Odisha & Regional Updates

Header
collapse
...
Home / Odisha / ସରସ୍ବତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳନ

ସରସ୍ବତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ ପାଳନ

Mar 31, 2026  Arabinda Biswal 37 views

ତୁଷୁରା : ବଲାଙ୍ଗୀର ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ତୁଷୁରାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପରେ ବନ୍ଦନା, ସାମୁହିକ କଣ୍ଠ ସଂଗୀତ ସହ ବାର୍ଷିକ ଉତ୍ସବ ଆରମ୍ଭ ହୋଇଥିଲା l ପ୍ରଧାନ ଆଚାର୍ଯ୍ୟ ସୁଶୀଲ କୁମାର ଦାସ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରିଥିଲେ, ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟ ରଞ୍ଜନ ଥନାପତି ବାର୍ଷିକ ବିବରଣୀ ପଠନ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ତୁଷୁରା ଏନଏସିର ଅଧ୍ୟକ୍ଷ ଅଜୟ କୁମାର ଜୟଶ୍ୱାଳ ରହିଥିବା ବେଳେ ଉଦବୋଧକ ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ, ସମ୍ମାନିତ ଅତିଥି ବିଷ୍ଣୁ ପ୍ରସାଦ କେଡ଼ିଆ, ମୁଆଖ୍ୟା ବକ୍ତା ଅଭିଭାଷଣ ଶ୍ରୀଯୁକ୍ତ ରାଜମଣୀ ସାହୁ, ସଭାପତିଙ୍କ ଉଦବୋଧନ ଶ୍ରୀଯୁକ୍ତ ଦିନ ଦୟାଲ କେଡ଼ିଆ ରହିଥିଲେ l ଏଥିରେ ମୁଖ୍ୟତଃ ସଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୭ ଟାରୁ ଆରମ୍ଭ ହୋଇଥିଲା ଏଥିରେ ରଙ୍ଗମଞ୍ଚ କାର୍ଯ୍ୟକ୍ରମ ଶିଶୁ ବାଟିକା ନାଚ, ଶିଶୁ ନୃତ୍ୟ, ଭଂଜନ, ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ସହ ଅନ୍ୟାନ୍ୟ ନୃତ୍ୟ ପରିବେଷଣ କରିଥିଲେ ଓ ବିଶେଷ ଆକର୍ଷଣ ହିସାବରେ ସାମାଜିକ ନାଟକ ବାଲ୍ୟ ବିବାହ ଉପରେ ରହିଥିଲା l ଏଥିରେ ପରିଚାଳନା ସମିତି ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷିକା ତଥା ଶିଶୁ ଭାଇ ଭଉଣୀ ଉପସ୍ଥିତ ଥିଲେ l


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy