Koshli Expose – Breaking News, Western Odisha & Regional Updates

Header
collapse
...
Home / National / ଅଟକିଛି ୩୪ ରୁ ଉର୍ଦ୍ଧ୍ବ ଆନ୍ଧ୍ର ମାଛଧରା ଟ୍ରଲର

ଅଟକିଛି ୩୪ ରୁ ଉର୍ଦ୍ଧ୍ବ ଆନ୍ଧ୍ର ମାଛଧରା ଟ୍ରଲର

Jul 06, 2026  Arabinda Biswal 47 views
ଅଟକିଛି ୩୪ ରୁ ଉର୍ଦ୍ଧ୍ବ ଆନ୍ଧ୍ର ମାଛଧରା ଟ୍ରଲର

ଛତ୍ରପୁର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବା ଫଳରେ ସମୁଦ୍ର ଅଶାନ୍ତ ରହିଛି। ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପ୍ରବଳ ବର୍ଷା ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଏହାକୁ ଦୃଷ୍ଟିରେ ରଖି ଚଳିତ ମାସ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିମନ୍ତେ ରାଜ୍ୟ ସ୍ଵତନ୍ତ୍ର ରିଲିଫ କମିଶନର (ଏସ୍ ଆର ସି) ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଆନ୍ଧ୍ର ପ୍ରଦେଶର କାକିନଡା ଅଞ୍ଚଳର ୩୪ ରୁ ଅଧିକ ମାଛଧରା ପାଇଁ ବ୍ୟବହୃତ ନୌକା ବା ଟ୍ରଲର ସମୁଦ୍ର କୂଳ ନିକଟରେ ରବିବାର ରାତି ଠାରୁ ଫସି ରହିଛନ୍ତି। ସେଥିରେ ମଧ୍ୟ ବହୁ ମତ୍ସ୍ୟଜୀବୀ ଅଛନ୍ତି। ସମୁଦ୍ର ଅଶାନ୍ତ ଥିବାରୁ ସେମାନେ ନିଜ ଅଞ୍ଚଳକୁ ଫେରି ପାରୁନାହାଁନ୍ତି। ଏବେ ପବନର ବେଗ ବଢୁ ଥିବାରୁ ସମୁଦ୍ର ଆହୁରୀ ଅଶାନ୍ତ ହୋଇପଡ଼ିଛି। ଏହି ବିଷୟରେ ସୂଚନା ପାଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ଏବଂ ଟ୍ରଲର ଗୁଡ଼ିକୁ ସୁରକ୍ଷିତ ଭାବେ ଗୋପାଳପୂର ବନ୍ଦର ପରିସରରେ ସେମାନଙ୍କୁ ଆଶ୍ରୟ ଦେବାକୁ କୁହାଯାଇଛି। ତଟରକ୍ଷୀ ବାହିନୀ ଏବଂ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ ସତର୍କ ରହିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମୁଦ୍ର ଭିତରେ ଫସିଥିବା ଟ୍ରଲର ଗୁଡ଼ିକୁ ସୁରକ୍ଷିତ ଭାବେ ଗୋପାଳପୂର ବନ୍ଦରରେ ଆଶ୍ରୟ ଦିଆଯାଉଛି। କେତକ ଟ୍ରଲର ପହଁଞ୍ଚି ଯାଇଥିବା ବେଳେ ଆଉ କିଛି ଟ୍ରଲରକୁ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ସେମାନଙ୍କୁ ଉଦ୍ଧାର କରିବା ଦିଗରେ କାର୍ଯ୍ୟ ଚାଲିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy