Koshli Expose – Breaking News, Western Odisha & Regional Updates

Header
collapse
...
Home / Odisha / ୫ ମାସ ପରେ ଖୋଲିଲା ମଝିଘରିଆଣୀଙ୍କ ହୁଣ୍ଡି

୫ ମାସ ପରେ ଖୋଲିଲା ମଝିଘରିଆଣୀଙ୍କ ହୁଣ୍ଡି

Jun 29, 2026  Arabinda Biswal 43 views
୫ ମାସ ପରେ ଖୋଲିଲା ମଝିଘରିଆଣୀଙ୍କ ହୁଣ୍ଡି

୫ ମାସ ପରେ ଖୋଲିଲା ମଝିଘରିଆଣୀଙ୍କ ହୁଣ୍ଡି

ହୁଣ୍ଡିରୁ ବାହାରିଲା ୧କୋଟି ୨୨ ଲକ୍ଷ ୨୯ହଜାର ୬୨୩ ଭାରତୀୟ ଟଙ୍କା

୩୨ ଗ୍ରାମ ସୁନା ଏବଂ ଏକ କେଜି ୩୦୦ ଗ୍ରାମ ରୂପା

୯ଟି ଦେଶର ବିଦେଶି ମୁଦ୍ରା

ଅନଲାଇନରେ ଆସିଛି ୩ଲକ୍ଷ ୯୭ହଜାର ୨୫୧.୩୫ ଟଙ୍କା

ରାୟଗଡ଼ା: ଆଜି ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ ଟି ଦାନହୁଣ୍ଡି ଖୋଲା ଯାଇଥିଲା। ହୁଣ୍ଡିରୁ ୧କୋଟି ୨୨ ଲକ୍ଷ ୨୯ହଜାର ୬୨୩ ଟଙ୍କା ଭାରତୀୟ ମୁଦ୍ରା ବାହାରିଥିବା ବେଳେ ୩୨ ଗ୍ରାମ ସୁନା ଏବଂ ଏକ କେଜି ୩୦୦ ଗ୍ରାମ ରୂପା ମଧ୍ୟ ବାହାରିଛି । ଏହା ସହ ଭକ୍ତ ମାନେ ଅନଲାଇନ ମାଧ୍ୟମରେ ୩ଲକ୍ଷ ୯୭ହଜାର ୨୫୧.୩୫ ଟଙ୍କା ମନ୍ଦିର ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି । ସମୁଦାୟ ୧କୋଟି ୨୬ ଲକ୍ଷ ୨୬ ହଜାର ୮୭୪.୩୫ ଟଙ୍କା ଭକ୍ତ ଦାନ କରିଥିବା ଜଣାପଡିଛି । ଏହା ବାଦେ ୯ଟି ଦେଶର ବିଦେଶି ମୁଦ୍ରା ମଧ୍ୟ ହୁଣ୍ଡିରୁ ବାହାରିଛି ।ଏଥି ମଧ୍ୟରେ ଆମେରିକା,କାନାଡା,ଅଷ୍ଟ୍ରେଲିଆ,ଆରବ ଏମିରେଟ୍ସ,ନେପାଳ,କାତାର ଓ ଫିଲିପାଇନ୍ସର ଟଙ୍କା ରହିଥିବା ମନ୍ଦିର ଟ୍ରଷ୍ଟର ସୂଚନାରୁ ଜଣାପଡିଛି ।

ଆଜି ସକାଳ ୧୦ ବେଳେ ଏହି ଦାନ ହୁଣ୍ଡି ସବୁ କଡ଼ା ସୁରକ୍ଷା ବଳୟରେ ୨୫୦ରୁ ଅଧିକ ସ୍ବେଛାସେବୀଙ୍କ ଦ୍ବାରା ଏହି ସହୁ ଟଙ୍କା ସୁନା ଗଣତି ଆରମ୍ଭ କରାଯାଇଥିଲା। ତହସିଲ କର୍ମଚାରୀ ଓ ପୁଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ମନ୍ଦିରର ୯ଟି ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ମନ୍ଦିର ପରିଚଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା ଓ ମନ୍ଦିର ପରିଚାଳନା କମିଟିର ସଭ୍ୟ ମାନେ ଉପସ୍ଥିତ ରହି ଗଣତି ସୁପରିଚାଳନା ପାଇଁ ଉପସ୍ଥିତ ରହିଥିଲେ I ମାଁ ଙ୍କ ମନ୍ଦିରକୁ ପଡୋଶୀ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଛତିଶଗଡ,ଅନ୍ୟାନ୍ୟ ରାଜ୍ୟ ଓ ବିଶେଶରେ ରହୁଥିବା ଭକ୍ତ ମାନେ ଆସି ଦାନ ହୁଣ୍ଡିରେ ଦାନ ଦେଇଥାନ୍ତି । ଆଜିର ଗଣତି ବେଳେ ମନ୍ଦିର ପରଚାଳନ କମିଟିର ସଭ୍ୟ ଦେବେନ୍ଦ୍ର ବେହେରା,ରାଧାକୃଷ୍ନ ଦଳାଇ, ଆକାଉଟେଣ୍ଟ ଏସ ଭେଙ୍କଟ ରାଓ ଓ ଅନ୍ୟାନ୍ୟ ଟ୍ରଷ୍ଟ ମେମ୍ବର ପ୍ରମୁଖଙ୍କ ଉପସ୍ଥିତିରେ ଗଣତି ଆରମ୍ଭ ହୋଇଥିଲା । ଏଠାରେ ସୂଚନାଯୋଗ୍ୟଯେ ମାଁଙ୍କ ଦାନ ହୁଣ୍ଡିରୁ ଗତ ଜାନୁଆରୀ ମାସ ୧୯ ତାରିଖ‌ରେ ହୋଇଥିବା ଗଣିତରେ ନଗଦ ଏକ କୋଟି ୫ ଲକ୍ଷ ୫୨ ହଜାର ୮୪୫ ଟଙ୍କା ବାହାରିଥିଲା । ସେହିଭଳି ୩୦ ଗ୍ରାମ ସୁନା ଓ ୨ କିଲୋ ୧୫୦ ଗ୍ରାମ ରୁପା ବାହାଥିଲା । ମନ୍ଦିରର ଦାନ ହୁଣ୍ଡିରୁ ବି‌ଦେଶି ମୁଦ୍ରା ବାହାରିଥାଏ । ବିଦେଶରେ ରହୁଥିବା ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ଏହି ସବୁ ବିଦେଶୀ ଟଙ୍କା ହୁଣ୍ଡିରେ ଦାନ ଆକାରରେ ପକାଇଥାନ୍ତି । ଗତ ଜାନୁଆରୀ ମାସ ପୂର୍ବରୁ ଗତବର୍ଷ ୭-୭-୨୫ରେ ହୋଇଥିବା ୯ଟି ହୁଣ୍ଡିରୁ ନଗଦ ଆକାରରେ ୧ କୋଟି ୦୪ ଲକ୍ଷ ୩୬ ହଜାର ୯୬୩ ଟଙ୍କା ସହିତ ୩୮ ଗ୍ରାମ ସୁନା, ୨ କେଜି ୫୦୫ ଗ୍ରାମ ରୁପା ସହିତ ୧୨ ଟି ବିଦେଶୀ ମୁଦ୍ରା ମିଳିଥିଲା । ଆଜିର ସଂଗୃହିତ ଦାନ ରାଶି ଓଡିଶା ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସହାୟତା କରିଥିବା ବେଳେ ସଂଗୃହିତ ରାଶି ମା ମଝିଘରିଆଣି ଟ୍ରଷ୍ଟ ନାମରେ ଖୋଲାଯାଇଥିବା ଗ୍ରାମୀଣ ବ୍ୟାଙ୍କର ଖାତାରେ ଜମା କରାଯିବ ବୋଲି ଟ୍ରଷ୍ଟ ଅଧ୍ୟକ୍ଷ ରାଇସିଂ ବିଡ଼ିକା ସୂଚନା ଦେଇଛନ୍ତି I ଓଡିଶା ଗ୍ରାମୀଣ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ଦେବେଶ ରଞ୍ଜନ ଧର, ରାୟଗଡା ଶାଖା ପରିଚାଳକ ବିଜୟ କୁମାର ବାରିକ ଓ ରାୟଗଡା ବଜାର ଶାଖା ପରିଚାଳକ ପ୍ରଜ୍ଞା ରଞ୍ଜନ ରଥ ଓ ଅନ୍ୟ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ରହିଥିଲେ I


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy