Koshli Expose – Breaking News, Western Odisha & Regional Updates

Header
collapse
...
Home / National / ଅସହାୟ ବାପା ମା ଛେଉଣ୍ଡ ଭାଇ ଭଉଣୀଙ୍କୁ ମିଳୁନି ଘର

ଅସହାୟ ବାପା ମା ଛେଉଣ୍ଡ ଭାଇ ଭଉଣୀଙ୍କୁ ମିଳୁନି ଘର

Jul 07, 2026  Arabinda Biswal 108 views
ଅସହାୟ ବାପା ମା ଛେଉଣ୍ଡ ଭାଇ ଭଉଣୀଙ୍କୁ ମିଳୁନି ଘର

ବଲାଙ୍ଗୀର/ଗୁଡଭେଳା : କେନ୍ଦ୍ର ଓ ରାଜ୍ୟ ସରକାର ମାଳ ମାଳ ଯୋଜନା ଜନସାଧାରଣ ଙ୍କ ପାଇଁ କରୁଛନ୍ତି l ହେଲେ ଏହି ମାଳ ମାଳ ଯୋଜନା ଗରିବ ଲୋକମାନଙ୍କ ପାଇଁ ଲକ୍ଷେ ଯୋଜନ ଦୂରେ l ଥିଲା ବାଲାଙ୍କୁ ମିଳୁଥିବା ବେଳେ ଯାହା ପାଇଁ ଯୋଜନା କରାଯାଉଛି ତା ପାଇଁ ପାଇବା ସାତ ସପନ l 

ଏମିତି ଏକ ପକ୍କା ଘର ପାଇଁ ସାତ ସପନ ର ଚିତ୍ର ଦେଖିବା କୁ ମିଳିଛି ଗୁଡଭେଳା ବ୍ଲକ ତେନ୍ତୁଳୀଖୁଣ୍ଟି ପଞ୍ଚାୟତ ଡୁଙ୍ଗୁରିପାଲି ଗ୍ରାମର ଗରିବ ଅସହାୟ ବାପା ମା ଛେଉଣ୍ଡ ବେଣୁଧର ସାହୁ ଙ୍କ କ୍ଷେତ୍ରରେ l ଏମାନେ ବିପଦସଂକୁଳ ଘରେ ଜୀବନ ଯାପନ କରୁଥିବା ବେଳେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛନ୍ତି। ସରକାରୀ ଯୋଜନାରେ ପକ୍କା ଘରଟିଏ ତାଙ୍କ ପାଇଁ ସ୍ଵପ୍ନ ହୋଇଯାଇଛି। 

କିଛି ବର୍ଷ ଆଗରୁ ବାପା ନରେନ୍ଦ୍ର ଓ ମା ସନ୍ଧ୍ୟା କାନ୍ତି ମୃତ୍ୟୁ ବରଣ କରିଛନ୍ତି l ବର୍ତମାନ ପରିବାର କହିଲେ ଭଉଣୀ ବୀଣା ଓ ବର୍ଷା ଅଛନ୍ତି l ପରିବାର ର ବୋଝ ସହିତ ଜମି ବାଡ଼ି ନାମକୁ ମାତ୍ର କିଛି ଥିବା ବେଳେ ୧୫ କେଜି ଚାଉଳ ରେ ଦୁଃଖେ କଷ୍ଟେ ପରିବାର ଚଳୁଛନ୍ତି । ଅନ୍ୟପଟେ ବର୍ଷା ଦିନରେ ଘର ସାରା ପାଣି ଗଳୁଥିବାରୁ ରହୁଥିବା ଘର ଓ ଘର ବାହାରେ ବର୍ଷା ଜଳ ଜମିବା ସହ ନିଷ୍କାସନ ହୋଇ ପାରୁନ ଥିବା ରୁ ମାଟି ଘରଟି ସମ୍ପୂର୍ଣ ବିପଦସଂକୁଳ ଅବସ୍ଥାରେ ରହିଛି। ବହୁ ବର୍ଷ ର ପୁରୁଣା ମାଟି ଘର ହୋଇ ଥିବା ବେଳେ ଘରେ ଲାଗିଥିବା କାଠ ଗୁଡ଼ିକ ମଧ୍ୟ ଉଇ ଖାଇ ଦୁର୍ବଳ ହୋଇଯାଇଥିବାରୁ ଲଗାଣ ବର୍ଷା ରେ ଭାଙ୍ଗି ଯାଇଛି l 

ବର୍ତମାନ ନିଜସ୍ୱ ଘର ନଥିବା ବେଳେ ନିଜ ପିଉସୀଙ୍କ ଘରେ ଆଶ୍ରୟ ନେଉଛନ୍ତି l ତାହା ମଧ୍ୟ ଛାତ ଦୁର୍ବଳ ଥିବାରୁ ବର୍ଷା ପାଣିରେ ଘର ଭିତରେ ଆଣ୍ଠୁଏ ପାଣି ଜମି ଯାଇଛି lପଞ୍ଚାୟତ ଠାରୁ ବ୍ଲକ ଅଫିସ୍ ପର୍ଯ୍ୟନ୍ତ ଅନେକ ଥର ଗୁହାରି କଲେ ବି କେହି ଶୁଣୁ ନଥିବା କ୍ଷୋଭର ସହିତ ବେଣୁ କହନ୍ତି। ଏନେଇ ଆଗରୁ ସ୍ଥାନୀୟ ସରପଞ୍ଚ ଗୁରୁଦା ନନ୍ଦ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଜଣେଇଲା ପରେ ମଧ୍ୟ ଦୂର ଦୃଷ୍ଟି ପଡି ନାହିଁ l ଆଗାମୀ ଦିନରେ ଆବାସ ଯୋଜନରେ ସାମିଲ କରିବା ସହ ଅସହାୟ ବାପା ମା ଛେଉଣ୍ଡ ପରିବାର କୁ ମୁଣ୍ଡଗୁଞ୍ଜିବା ପାଇଁ ପକ୍କା ଘର ଟିଏ ହେଲେ ଦୁଃଖ ଲାଘବ ହୋଇପାରନ୍ତା l


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy