
ତୁଷୁର: ତୁଷୁରା ଧରୁଆପଡା ସ୍ଥିତ ବିର ବଜରଙ୍ଗ ବଲି ୟୁଥ କ୍ଳବ ଦ୍ବାରା ଆୟୋଜିତ ହନୁମାନ ଜୟନ୍ତି ଉପଲକ୍ଷେ ଏକ ବିଶାଲ କଲସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ବଜା ଗଜା ସହ ବିଭିନ୍ନ ଆଖାଡା ର ପ୍ରଦର୍ଶନୀ ରେ ସହର ଦୁଲକି ଯାଇଛି। ପ୍ରଥମେ ଧରୁଆପଡା ରୁ ଏକ ବିଶାଳ ଶୋଭାଯାତ୍ରା ଶତାଧିକ ମହିଲା କଲସ ଧରି ବାହାରି ସହର ପରିକ୍ରମା କରି ପୁଣି ଯଜ୍ଞ ସ୍ଥଲ ରେ ସ୍ଥାପନ କରିଥିଲେ। ଏଥିରେ ସ୍ଥାନୀୟ ବିଧାୟକ ନବୀନ ଜୈନ ସହ ଏନ୍ ଏସି ଅଧ୍ୟକ୍ଷ ଅଜୟ ଜୟଶ୍ଵାଲ ଯୋଗଦେଇଥିବା ବେଳେ ସହର ପୁରା ଉତ୍ସବ ମୁଖର ହୋଇପଡିଥିଲା।

ସେହିପରି ଗତକାଲି ଯଜ୍ଞ ଆରମ୍ଭ ସହ ମହାଦେବ ଙ୍କ ସହସ୍ରାହୂତି,ଆରଣ୍ୟକାଣ୍ଡ ପାରାୟଣ ହେବାକୁଥିବା ବେଳେ ସୋମବାର ଶ୍ରୀରାମ ସହାସ୍ରାହୁତି ସହ କିଷକିନ୍ଦା କାଣ୍ଡ ପାରାୟଣ ,୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ସହ ୧୦୮ ହନୁମାନ ଚାଳିଶା ପଠନ,ସୁନ୍ଦରାକାଣ୍ଡ, ଏବଂ ୧୫ ତାରିଖ ପୂର୍ଣ୍ଣାହୂତି କାଯ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଆଜି ଶୋଭାଯାତ୍ରା ରେ ବଜରଙ୍ଗ ଦଲ ସହ ଅନେକ ସଂଗଠନ ତଥା ଜନସାଧାରଣ ସହଯୋଗ କରିଥିଲେ।


Leave a comment
Your email address will not be published. Required fields are marked *