
ବାଲେଶ୍ୱର : ବାଲେଶ୍ଵର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଖନ୍ତାପଡ଼ା ଥାନା ଅନ୍ତର୍ଗତ ବାଲେଶ୍ୱର ପେଟ୍ରୋଲ ପମ୍ପ ସମ୍ମୁଖରେ ଆଜି ସକାଳେ ଟ୍ରକ କୁ ଧକ୍କା ଦେଲା ସପୁରୀ ବୁଝେଇ ପିକଅପ।
ସୂଚନା ମୁତାବକ ଭଦ୍ରକ ରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଏକ ସପୁରୀ ବୁଝେଇ ପିକଅପ (ଓଡ଼ି ୦୭-ଏଭି-୬୯୯୨) ଆଗରେ ଛିଡା ହୋଇଥିବା ଆଇରନ ବୁଝେଇ ଟ୍ରକ ( ଓଡ଼ି -୦୪ଡି-୦୧୧୭) କୁ ପଛପଟୁ ଧକା ଦେଇଥିଲା।ଫଳରେ ପିକଅପ ରେ ଥିବା ଡ୍ରାଇଭର ଗୁରୁତ୍ତର ହୋଇଥିବା ବେଳେ ଗାଡ଼ିରେ ଚାପି ହୋଇ ରହିଯାଇ ଥିଲା l
ଘଟଣା ସ୍ଥଳରେ ଏନଏଚ ପେଟ୍ରୋଲିଂ ପୋଲିସ ଓ ବାହାନଗା ଦମକଳ ବାହିନୀଙ୍କ ମିଳିତ ଉଦ୍ୟମରେ କଟର ମେସିନ ରେ ଗାଡିକୁ କାଟି ଗୁରୁତ୍ତର ଡ୍ରାଇଭର କୁ ବାହାର କରାଯାଇଥିଲା।ପରେ ଜାତୀୟ ରାଜପଥ ଆମ୍ବୁଲାନ୍ସ ଗୁରୁତ୍ତର ଡ୍ରାଇଭରକୁ ରେମୁଣା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।ଘଟଣା ସ୍ଥଳରେ ସପୁରୀ ବିଛୁଡ଼ି ହୋଇ ପଡ଼ିଥିବା ବେଳେ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି।


Leave a comment
Your email address will not be published. Required fields are marked *