
ମାଲକାନଗିରି : ସ୍କୁଲ ଫାଟକରେ ତାଲା ଗେଟ୍ ଆଗରେ ଖାରାରେ ଧାରଣାରେ ଛାତ୍ରଛାତ୍ରୀ। ଏଭଳି ଚିତ୍ର ଦେଖିବାକୁ ମିଳିଛି ଏମଭି -୯ ଗ୍ରାମରେ।
ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାମନ୍ତରାୟ ସ୍କୁଲର ୨୦୧୨ ଠାରୁ ଉପସ୍ଥାନ ଖାତା ସହ ସମସ୍ତ ଦସ୍ତାବିଜ୍ ନେଇଯାଇଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରରେ।
ଏପରିକି ଛାତ୍ରଛାତ୍ରୀ ମାନେ ଅନ୍ୟ ସ୍କୁଲରେ ପଢ଼ିବା ପାଇଁ ଟିଶି ପାଇ ପାରୁନାହାନ୍ତି। ଏଭଳି ଅଭିଯୋଗ ଆଣି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ।ଦସ୍ତାବିଜ୍ ନଫେରିବା ଓ ପୂର୍ବତନ ପ୍ରଧାନ ଶିକ୍ଷକ ବିରୋଧରେ କାର୍ଯ୍ୟନୁଷ୍ଠାନ ନନେଲେ ଧାରଣାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।


Leave a comment
Your email address will not be published. Required fields are marked *